ଋତୁସ୍ରାବ ପାଇଁ ସରକାରୀ ମହିଳା କର୍ମଚାରୀମାନେ ପାଇବେ ୧୨ ଦିନ ଛୁଟି

ଭୁବନେଶ୍ବର: ଏଥର ମହିଳା କର୍ମଚାରୀ ପାଇବେ ୧୨ ଦିନ ଅତିରିକ୍ତ ଛୁଟି । ଏନେଇ ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ଋତୁସ୍ରାବ ପାଇଁ ବାର୍ଷିକ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏଁ ଛୁଟି ନେଇପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ ।
ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଏହି ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ତେବେ ଗତ ମାସ ୨୩ ତାରିଖରେ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟିକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର ।
ମହିଳା ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୧୦ ଦିନ ବଦଳରେ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା କରାଯାଇଥିଲା । ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (ସିଏଲ) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (ସ୍ବତନ୍ତ୍ର ସିଏଲ) ସହିତ ପାଇ ପାରିବେ । ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲେଖାଏଁ ଲାଭ କରି ପାରିବେ । ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି । ଯାହାକୁ ଆଜିଠାରୁ ଲାଗୁ କରାଯାଇଛି ।