ଓଡ଼ିଶା

ଚମ୍ପୁଆରେ ଗୁରୁ ପୂର୍ଣ୍ଣିମା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କେନ୍ଦୁଝର: ଚମ୍ପୁଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠୀରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି . ଏ ଅବସରରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଶ୍ରୀଗୁରୁ ପୂର୍ଣ୍ଣିମା ଉତ୍ସବର ମହତ୍ବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ . ଅନ୍ୟତମ ବକ୍ତା ଭାବେ ଆଚାର୍ଯ୍ୟ କପିଳେନ୍ଦ୍ର ସାମନ୍ତରା ବ୍ୟାସଦେବଙ୍କ ସାହିତ୍ୟ ଓ ସଂସ୍କୃତି  କିପରି ଭାରତୀଯ ସମାଜକୁ ଦିଗଦର୍ଶନ ଦେଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ . ଭାସ୍କର ଚନ୍ଦ୍ର ମହାକୁଡ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ .

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତିରେ ପୂଜ୍ୟ ଶ୍ରେଷ୍ଠ ଗୁରୁମାନଙ୍କର ଅବଦାନ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସହିତ ପର୍ଯ୍ୟାବରଣ ଓ ସୌନ୍ଦର୍ଯ୍ୟ ସୃଷ୍ଟି କରିବା ନିମନ୍ତେ ବୃକ୍ଷ ରୋପଣ କରାଯାଇଥିଲା .

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବନାଞ୍ଚଳ ବନପାଳ ଶ୍ରୀ ପିଅନ ନାଏକ ଯୋଗଦେଇ ଦନ୍ମଦିନରେ ଗଛଟିଏ ଲଗାଇ ମାଆ ବାପା ପରି ତାର  ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ . ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଅଜିତ୍ କୁମାର ରାମ, ସଦସ୍ୟା ପ୍ରଭାସିନୀ ନାଏକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ . ଯୁବସାମ୍ବାଦିକ ପବିତ୍ର ମୋହନ ନାଯକ ଏବଂ ପ୍ରଦୀପ କୁମାର ପ୍ରଧାନ ଉପସ୍ତିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ .

ଶେଷରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା . ସହ ପ୍ରଧାନଚାର୍ଯ୍ୟ ବ୍ରଜ୍ କିଶୋର ମହାନ୍ତ, ବସନ୍ତ କୁମାର ମହାନ୍ତ, ରବିନ୍ କୁମାର ମହାନ୍ତ, ଉମେଶ ଚନ୍ଦ୍ର ମହାନ୍ତ, ବିନୋଦ କୁମାର ମହାନ୍ତ, ଉଗ୍ରସେନ୍ ମହାନ୍ତ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ .

Related Articles

Back to top button
WP Twitter Auto Publish Powered By : XYZScripts.com