ଓଡ଼ିଶା

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟା ନେଇ ମିଳିନି ପ୍ରମାଣ

ମାହାଙ୍ଗା/କଟକ () ନାରକୀୟ ହତ୍ୟାକାଣ୍ଡ ପୂର୍ବରୁ ସାନଭାଇ ଶିବ ସାହୁ ମାନସିକ ସ୍ତରରେ ନିଜକୁ ଏକ ଭିନ୍ନ ଶୈଳିରେ ପ୍ରସ୍ତୁତ କରିଥିଲା । ଏଭଳି କି ନିଜକୁ ଶିବ ଏବଂ ଆଜି ତାଣ୍ଡବ ରଚିବ- ମାନସିକତା ନେଇ ବଡ ଭାଇ ପରିବାର ଉପରେ କରିଥିଲା ଅମାନବନୀୟ ଆକ୍ରମଣ । ହତ୍ୟାକାଣ୍ଡ ପୂର୍ବରୁ ଭିତରୁ କବାଟ ଦେଇ ଶୋଇଥିବା ବଡ ଭାଇ ଓ ତାର ପରିବାରକୁ ଜଣ ଜଣ କରି ଉଠାଇ କରିଥିଲା ରକ୍ତାକ୍ତ ଆକ୍ରମଣ ।

ଆକ୍ରମଣ ବେଳେ ତାର କିଛି ସଦସ୍ୟଙ୍କ ସହ ଟଣାପଟରା ଏବଂ ଧସ୍ତାଧସ୍ତି ହୋଇଥିଲା । ତେବେ ଅଭିଯୁକ୍ତ ଶିବ ନିଜ ଉଦ୍ୟମରେ ହୋଇଥିଲା ସଫଳ ଏବଂ ବଡଭାଇର ସାରା ପରିବାରକୁ କରିଥିଲା ହତ୍ୟା ।

ମଙ୍ଗଳବାର ମାହାଙ୍ଗା ଗଣହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି ଚାଞ୍ଚାଲ୍ୟକର ସୁରାକ ମିଳିଛି । ତେବେ ବିଷକ୍ରିୟା ନେଇ ରିପୋର୍ଟରେ କୌଣସି ପ୍ରମାଣ ମିଳିନାହିଁ ବୋଲି କଟକ ଗ୍ରାମାଞ୍ଚଳ ଏସପି ଯୁଗୋଳ କିଶୋର ବନୋଥ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com