ଓଡ଼ିଶା

୭୨ ଘଣ୍ଟା ପରେ ମିଳିଲା ମୃତଦେହ, ହାଟ ସାରି ଫେରିବା ବେଳେ ବୁଡିଯାଇଥିଲା ଡଙ୍ଗା

ମାଲକାନଗିରି()  ୭୨ ଘଣ୍ଟା ପରେ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଦୁଇ ଜଣଙ୍କ ମୃତଦେହ ଠାବ । ମୃତକ ଅରାପଦର ଗାଁର ଜଗନ୍ନାଥ ପଲାସି ଓ ପିତମ ମୁଦୁଲି । ଦମକଳ ବାହିନୀ ଓ ସ୍ଥାନୀୟ ଗାଁ ଲୋକେ ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଜଡାମ୍ବ ଥାନା ପୋଲିସ ଉପସ୍ଥିତ ରହିଥିଲେ ।

ଖବର ଅନୁଯାୟୀ, ଗତ ସୋମବାର ଦିନ ଓରାପଦର ଗାଁର ୫ଜଣ ବ୍ୟକ୍ତି ନାରଙ୍ଗିଝଲା ଗାଁର ସାପ୍ତାହିକ ହାଟକୁ ଯାଇ ଫେରୁଥିବା ସମୟରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଯାତ୍ରା କରୁଥିବା ୫ ଜଣ ଆଦିବାସି ଲୋକଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୁଳକୁ ଫେରିବା ବେଳେ ୨ ଜଣ ନିଖୋଜ ଥିଲେ ।

ଡଙ୍ଗା ବୁଡି ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଜଡାମ୍ବ ଥାନା ପୋଲିସର ଉପସ୍ଥିତିରେ ୩ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ତେବେ ବାରମ୍ବାର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ ଡଙ୍ଗା ବୁଡି ଘଟଣା ଘଟୁଥିବା ବେଳେ ମୁଦୁଲିପଡା ଠାରୁ  ଅରାପଦର ଗାଁକୁ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com