ଓଡ଼ିଶା

ବୁଲାଜନ୍ତୁଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର ‘୧୯୬୨’, ଅନ୍‌ଲାଇନ୍ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାକୁ ଜାରି କରାଯାଇଛି ଟୋଲ୍ ଫ୍ରି ନମ୍ବର ୧୯୬୨ । ଅନଲାଇନ୍ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଟୋଲଫ୍ରି ସେବାର ଶୁଭାରମ୍ଭ କରିଛନ୍ତି । ଜାରି ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍ପ ଲାଇନ ନମ୍ବର ‘୧୯୬୨’ ୨୪ ଘଣ୍ଟା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଜରୁରୀକାଳୀନ ସ୍ଥିତିରେ ପ୍ରାଣୀମାନଙ୍କୁ ଚିକିତ୍ସା ମିଳିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୫ଞ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ । ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ବିଭିନ୍ନ ଜିଲ୍ଲାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com