ଓଡ଼ିଶା

ବିଜାପୁର ତାରେମ୍ ଜଙ୍ଗଲରେ ପୋଲିସ୍ ଏନ୍‌କାଉଣ୍ଟର, ଜଣେ ମାଓବାଦୀ ଆହତ

ମାଲକାନଗିରି : ପୋଲିସ୍ ଗୁଳିରେ ଜଣେ ମାଓବାଦୀ ଆହତ ହୋଇଛି । ମାଲକାନଗିରି ଓ ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର କରାଯାଉଛି । ସୁରକ୍ଷା କର୍ମି ଦ୍ୱାରା ବିଜାପୁରର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି ।
ସୂଚନା ଅନୁସାରେ, ବିଜାପୁର ତାରେମ୍ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିରହୁଥିବାର ପୋଲିସ୍ ଗୁଇନ୍ଦା ବିଭାଗ ପକ୍ଷରୁ ସୂୂଚନା ମିଳିଥିଲା ।ଏହା ପରେ ସିଆରପିଏଫ କୋବ୍ରା ଜବାନଙ୍କ ପକ୍ଷରୁ ସେଠାରେ କୁମିଂ ଅପରେସନ ଆରମ୍ଭ ହୋଇଥିଲା । ଜବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଜବାନଙ୍କ ଗୁଳିରେ ଜଣେ ମାଓବାଦୀ ଆହତ ହେବା ପରେ ନକ୍ସଲ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୁକ୍ଲା ।

Related Articles

Back to top button
WP Twitter Auto Publish Powered By : XYZScripts.com