ଓଡ଼ିଶାରାଜନୀତି

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ; କିଏ ଯିବ ରାଜ୍ୟସଭା? ସୁଜିତ ନା ଆଉ କିଏ?

ଭୁବନେଶ୍ୱର: କିଏ ଯିବ ରାଜ୍ୟସଭା? ସୁଜିତଙ୍କ ଇସ୍ତଫା ପରେ କିଏ ତାଙ୍କ ସ୍ଥାନ କିଏ କରିବ ପୂରଣ? ଏ ପ୍ରଶ୍ନ ଏବେ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟରେ ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ନିର୍ବାଚନ କମିଶନରଙ୍କ ସୂଚନା । ସୂଚନା ଟି ଏହିପରି ରହିଛି ଯେ ଡିସେମ୍ବର ୨୦ରେ ଏହି ଶୂନ୍ୟସ୍ଥାନ ଟି ପୂରଣ ହେବ । ଅର୍ଥାତ ଆସନ୍ତା ୨୦ ତାରିଖରେ ରାଜ୍ୟସଭାର ଓଡ଼ିଆ ସାଂସଦ ପବଦୀ ପୂରଣ ପାଇଁ ହେବ ନିର୍ବାଚନ । ଡିସେମ୍ବର ୩ରେ ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୧୦ରେ ନାମାଙ୍କନ ଭରିବେ ପ୍ରାର୍ଥୀ ।

ତେବେ କାହାକୁ ଏଥର ପଠାଯିବ ରାଜ୍ୟସଭାକୁ? ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଦେଖିଲେ ଏଥର ବିଜେଡି ଅପେକ୍ଷା ବିଜେପିର ପଲ୍ଲା ଭାରି । ତେଣୁ ଏଥର ଯେଉଁ ସଦସ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସେ ହେବେ ଶାସକ ବିଜେପି ଦଳରୁ । ତେବେ ସମୀକରଣ କହୁଛି ଯେ ସୁଜିତ କୁମାର ବିଜେଡିର ହାତ ଛାଡିବା ପରେ ପଦ୍ମ ଶିବିରରେ ସାମିଲ ହୋଇଥିଲେ । ଏବେ ସେ ଜଣେ ବିଜେପିର ଗେରୁଆ ଶିବିରରୁ ରାଜ୍ୟସଭା ଚେହେରା । କାରଣ ବିଗତ ଦିନର ରାଜନୀତିର ପୁରୁଣା ପୃଷ୍ଠା ଓଲଟାଇ ଦେଖିଲେ ଏହା ସ୍ପଷ୍ଟ ଯେ, ପୂର୍ବରୁ ଯେଉଁ ସାଂସଦ ଶଙ୍ଖ ଶିବିରରୁ ଲମ୍ଫ ମାରି ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି, ବିଜେପି ସେହି ଚେହେରାକୁ ପୁଣି ରାଜ୍ୟସଭା ପଠାଇଛି । ଏଇ ଯେମିତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହନ୍ତଙ୍କ କଥା ହିଁ ଦେଖନ୍ତୁ । ନବୀନଙ୍କ ଛତ୍ରଛାୟାରେ ରହି ସେ ରାଜ୍ୟସଭାକୁ ମନୋନିତ ହୋଇଥିଲେ କିନ୍ତୁ ଦଳରେ କୋଣଠେସା ହେବା କହି ଡିଆଁ ମାରିଥିଲେ ବିଜେପି କ୍ୟାମ୍ପକୁ । ପରବର୍ତ୍ତୀ ସମୟରେ ଦଳ ମମତାଙ୍କୁ ତାଙ୍କ ରାଜ୍ୟସଭା ସଦସ୍ୟତା ପାଇଁ ଚୟନ କରି ତାଙ୍କୁ ସ୍ୱାଗତ କରିଥିଲା । ବର୍ତ୍ତମାନ ସମୀକରଣ ଏହା କହୁଛି ଯେ ସୁଜିତଙ୍କୁ ମଧ୍ୟ ଦଳ ତାଙ୍କର ରାଜ୍ୟସଭା ସଦସ୍ୟତା ପୁନଃ ଦେଇ ତାଙ୍କୁ ମଧ୍ୟ ୱେଲକମ୍ ଗିଫ୍ଟ ଦେବ ।

ସେପଟେ ଯଦି ଦେଖିବା ତେବେ ରେସରେ ରହିଛି ଲମ୍ବା ନାଁର ଏକ ତାଲିକା । ଯେଉଁଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପରି ଅନେକ ହେଭିୱେଟଙ୍କ ନାଁ । ତେବେ ଦେଖିବା ବାକି ରହିବ ଯେ ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଅମେଣ୍ଟାରୀ କମିଟି କେଉଁ ନାଁରେ ମୋହର ମାରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com