Featuredଓଡ଼ିଶା

କାର୍ଯ୍ୟଭାର ସମ୍ଭାଳିଲେ ସୁଜାତା ପାଣ୍ଡିଆନ୍

ଭୁବନେଶ୍ୱର: କାର୍ଯ୍ୟଭାର ସମ୍ଭାଳିଲେ ଆଇଏଏସ ସୁଜାତା ଆର ପାଣ୍ଡିଆନ୍ । ୬ ମାସର ଛୁଟି ପରେ କାମରେ ଯୋଗଦେଲେ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୁନଃ ଦାୟିତ୍ୱ ଦେଲେ ରାଜ୍ୟ ସରକାର ।

୬ ମାସ ଛୁଟିରୁ ଫେରିବା ପରେ ଆଜି ସେ କାର୍ୟ୍ୟରେ ଯୋଗ ଦେଇଛନ୍ତି। କାଲି ସୁଜାତାଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା। ସୁଜାତାଙ୍କ ଆବେଦନ ଅଗ୍ରାହ୍ୟ ସହ ଯୋଗ ଦେବାକୁ ପରାମର୍ଶ ଦିଆଯାଇଥିଲା।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ। ଏହା ସହିତ ଆଜି ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।

ମେ’ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା। ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ। ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com