Featuredଓଡ଼ିଶା

ନବଜାତ ଚୋରିକୁ ବିତିଲାଣି ୨୪ ଘଣ୍ଟା, ସିସିଟିଭିରେ ଚିତ୍ର କଏଦ ପରେ ବି କାହିଁକି ବସିଛି ପୁଲିସ?

ସମ୍ବଲପୁର: କେଉଁଠି ଅଛନ୍ତି ନବଜାତ? ଚୋରି ପରେ କେଉଁ ଯାଗାରେ ରଖାଯାଇଛି? ସିସିଟିଭିରେ କଏଦ ହେଲାଣି ବୁର୍ଲା ଭିମସାରରୁ ନବଜାତ ଚୋରି ହେବାର ଭିଜୁଆଲ । କାହିଁକି ଚୁପ ବସିଛି ପୁଲିସ । ୨୦ ଘଣ୍ଟା ପରେ ବି ପୋଲିସ ହାତ ଖାଲି । ଏବେ ସୁଦ୍ଧା ନବଜାତକ କି ଚୋରି କରି ନେଇଥିବା ମହିଳାଙ୍କ ପତ୍ତା ମିଳିନି । ପୋଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଚେକିଂ ଜାରି ରଖିଛି । ନବଜାତକ ସଂପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଏସ୍‌ପି ।

ସୁଚନା ଅନୁସାରେ, ମଙ୍ଗଳବାର ଭୀମସାରରୁ ନବଜାତ ଶିଶୁପୁତ୍ର ଚୋରି ନେଇ ଅଭିଯୋଗ କରିଥିଲେ ଛତିଶଗଡ ଦଂପତ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ମେଡିକାଲରେ ଜଣେ ମହିଳା ଆସି ସଂପର୍କ ଯୋଡିଥିଲେ । ସେ ଆମ ପୁଅକୁ ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ କିଏ ସେ ମହିଳା ? କେମତି ପରିଚୟ ନଜାଣି ନବଜାତକର ମାଉସୀ ସେ ମହିଳାଙ୍କୁ ପ୍ରଶୟ ଦେଲେ । କାହିକିଁ ତାଙ୍କ ନାଁ କିମ୍ବା ମୋବାଇଲ ନମ୍ବର ନଜାଣି ମହିଳାଙ୍କୁ ୨ଦିନ ଧରି ନବଜାତକ ଭର୍ତ୍ତି ଥିବା ଓ୍ବାର୍ଡକୁ ଆଣିଥିଲେ । ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ମହିଳା ଜଣକ ଶିଶୁକୁ ଧରି ଯାଉଥିବା ସ୍ତ୍ରୀ ପ୍ରସୂତି ବିଭାଗର ସିସିଟିଭିରେ ତ ନଜର ଆସିଲେ ହେଲେ ଭିମସାରର ଏଣ୍ଟ୍ରାସ ଓ ଏକ୍‌ଜିଟ୍‌ ଗେଟ ସିସିଟିଭିରେ କେମିତି ନଜର ଆସିଲେ ନାହିଁ କେମିତି ? ଏହି ଚୋରି ଘଟଣାରେ କେବଳ ମହିଳା ସମ୍ପୃକ୍ତ ନା ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com