ଜଳେଶ୍ୱର: ରାଜ୍ୟରେ ପୁଣି ଆଳୁ ସଙ୍କଟ । ଅଧବାଟରେ ଆଳୁ ଗାଡ଼ି ରୋକିଲେ ଦିଦି । ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ୍ଟା କଷିଥିଲେ ମଧ୍ୟ ଦର ବଢି ଚାଲିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପର୍ୟ୍ୟନ୍ତ କଥା ଯାଇଥିଲା। ତେବେ ବିଧାନସଭା ଚାଲିଥିବାବେଳେ ପୁଣି ଦିଦିଙ୍କ ଆଳୁଗାଡି ଅଟକାଇବାକୁ ନେଇ ଗୃହରେ ଆଳୁ ପ୍ରସଙ୍ଗ ଝଡ ସୃଷ୍ଟି କରିପାରେ।
ତେବେ ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ।