ଭୁବନେଶ୍ୱର: ଜାଡ଼ରେ ଥରିବ ଓଡ଼ିଶା । ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଜାରି ରହିବ ଶୀତର ତାଣ୍ଡବ। ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ ସୁନ୍ଦରଗଡକୁ ଶୀତୁଆ ପବନ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ । ଏହାପରେ ୨ ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଇଏମଡି ।
Related Articles
Check Also
Close
-
ଜଷ୍ଟିସ୍ ଯଶଓ୍ୱନ୍ତ ସିଂ ହାଇକୋର୍ଟର ମୁଖ୍ୟ ବିଚାରପତିSeptember 30, 2022