ନୂଆଦିଲ୍ଲୀ: ଶପଥ ନେଲେ ସୁଜିତ୍ କୁମାର । ରାଜ୍ୟସଭାର ସଦସ୍ୟ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ସାଂସଦର ପଦ ଓ ଗୋପନୀୟତାର ସେ ଶପଥ ପାଠ କରିଛନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଉପସ୍ଥିତିରେ ଓଡ଼ିଆରେ ସେ ଶପଥ ପାଠ କରିଛନ୍ତି । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର । ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
Related Articles
Check Also
Close