ନୂଆଦିଲ୍ଲୀ: ଆଜି ଉଠିବ ପଡ଼ିବ ସଂସଦ । କାରଣ ଆଜି ସଦନରେ ଆଲୋଚନା ହେବ ଏକ ଦେଶ ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବେ । ପୂର୍ବରୁ ଡିସେମ୍ବର ୧୬ ତାରିଖ ଏହି ବିଲ୍ ଅଣାଯିବ ନେଇ ସଂସଦର କାର୍ୟ୍ୟସୂଚୀରେ ସ୍ଥାନିତ ହୋଇଥିଲା। ମାତ୍ର ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା । ଆଜି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ପାରିତ୍ ହେବ । ଏନେଇ ସରକାର ବିଲ୍ର କପି ସାଂସଦମାନଙ୍କୁ ପ୍ରଦାନ କରିଛନ୍ତି । ସଂସଦର ଚଳିତ ଶୀତ ଅଧିବେଶନ ଆସନ୍ତା ୨୦ରେ ଶେଷ ହେବା । ତେଣୁ ବିଲ୍ ଆଗତ କରିବା ପୂର୍ବରୁ ବିଜେପି ତା’ର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରଛି। ଦେଶର ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ କୋବିନ୍ଦ କମିଟି ଏହି ବିଲ୍ ର ସୁପାରିଶ କରିଥିଲା ।