ପୁରୀ: ଆସିଲା ନୂଆ ଗାଇଡଲାଇନ । ଗଠନ ହେବ ପୁରୀ ମନ୍ଦିରର ନୂଆ ପରିଚାଳନା କମିଟି । ପାଇଁ । ୧୮ ନଭେମ୍ବର ୨୦୨୪ରେ ହାଇକୋର୍ଟ ଦେଇଥିବା ରାୟ ଅନୁସାରେ କମିଟିକୁ ଗଠନ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ରାଜ୍ୟ ସରକାରଙ୍କ ଦ୍ଵାରା ୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ ହେବେ । ୭ଟି ଫର୍ମୁଲା ଆପଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳିବ ନାହିଁ । ବିବାଦର ସମାଧାନ ଦକ୍ଷତା ରଖିଥିବା ସେବାୟତଙ୍କୁ ସୁଯୋଗ ଦିଆଯିବ । ଦ୍ଵିତୀୟ ଥର ପାଇଁ ପରିଚାଳନା କମିଟି ଯିବାକୁ ମଧ୍ୟ ଅନୁମତି ମିଳିବ ନାହିଁ । ଏହା ବ୍ୟତୀତ ଅନ୍ୟ ସେବକ ଓ ସେବାୟତ ନିଯୋଗ ସହ ସୁସମ୍ପର୍କ ଥିବା ସେବାୟତଙ୍କୁ ପ୍ରାଥମିକତା ଦିଆଯିବ
Related Articles
Check Also
Close