ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ରକ୍ତରେ ଭିଜିଲା ରାଜଧାନୀର ରାଜରାସ୍ତା । ରସୁଲଗଡ ଛକରେ ମାରଣାସ୍ତ୍ରରେ ଯାଇଛି ଜଣଙ୍କ ଜୀବନ । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱରର ସହଦେବ ନାୟକ । ରାଜଧାନୀ ସଫେଇ କର୍ମଚାରୀଙ୍କ ସେ ହେଉଛନ୍ତି ସଭାପତି । କୁହାଯାଉଛି ଯେ ବ୍ରାଉନସୁଗାର ପାଇଁ ଯାଇଛି ସହଦେବଙ୍କ ଜୀବନ । ନିଜ ଅଂଚଳର କିଛି ଯୁବକ ବ୍ରାଉନସୁଗାର କାରବାର କରୁଥିଲେ । ଯାହାକୁ ବିରୋଧ କରୁଥିଲେ ସହଦେବ । ପରିବାର ଲୋକଙ୍କ କହିବା ଅନୁସାରେ ରାଗ ରଖି ଯୁବକମାନେ ତାଙ୍କୁ ହତ୍ୟା କରିଛନ୍ତି । ଦିବାଲୋକରେ ରାଜଧାନୀର ଛାତି ଉପରେ ଏପରି ଘଟଣା ଘଟିବା ପୁଲିସର ପାରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ ।
Related Articles
Check Also
Close
-
ଲୁନା ଉପରେ ଚଢିଗଲା ପିକ୍ଅପ୍, ୪ମୃତApril 5, 2022