ଭୁବନେଶ୍ୱର: ରାଜଧାନୀର ହତ୍ୟାକାଣ୍ଡକୁ ସରଗରମ ଭୁବନେଶ୍ୱର । ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ରାଜନୀତି ଉଷ୍ମ ହେବାରେ ଲାଗିଲାଣି । ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ଵତନ୍ତ୍ର ଟିମ୍ । ହତ୍ୟା କାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି । ତିନି ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ହତ୍ୟାକାରୀ କେଦାର ପଲ୍ଲୀ ଅଞ୍ଚଳର ବୋଲି ଜଣା ପଡ଼ିଛି । ପୂର୍ବରୁ ବ୍ୟକ୍ତିଗତ ରାଗ ଥିଲା, ସେଇ ରାଗ ପାଇଁ ହତ୍ୟା କାଣ୍ଡ ହୋଇଥିବା ନେଇ ଭୁବନେଶ୍ବର ଡିସିପି କହିଛନ୍ତି ।
Related Articles
Check Also
Close