Featuredଜାତୀୟରାଜନୀତି

ଆପ୍ ନେତାଙ୍କ ଦାବି ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ଭିତରକୁ ଗଣମାଧ୍ୟମ ଯାଉ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା ହେବାପରେ ତେଜିଛି ରାଜଧାନୀ ରାଜନୀତି । ବିଶେଷକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ବାସ ଭବନ ପ୍ରସଙ୍ଗ ଉଠାଇ ବିଜେପି ଉପରେ ଦୋଷ ଲଦିଛନ୍ତି । ଆତିଶୀ କହିଛନ୍ତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ତାଙ୍କ ଘର ଛଡ଼ାଇ ନେଇଛି ଏବଂ ତାଙ୍କୁ ଆବଣ୍ଟିତ ହୋଇଥିବା ୬ ଫ୍ଲାଗ ଷ୍ଟାଫ୍ ରୋଡ୍ ସ୍ଥିତ ଘରକୁ ରଦ୍ଦ କରିଛି। ସେହିପରି ନିର୍ବାଚନ କମିସନ୍ ଭୋଟ୍ ତାରିଖ ଘୋଷଣା କରିବାର ଦିନକ ପୂର୍ବରୁ ଘର ଛାଡ଼ିବାପାଇଁ ପୂ୍ର୍ତ୍ତ ବିଭାଗ ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁ୍ତା ପାଇଁ ବିଜେପି ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍ କରିଛି ବୋଲି କହିଛନ୍ତି ଆତିଶୀ । ଆଉ ଏହାକୁ ନେଇ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଆପ୍ ନେତା ।

ସେପଟେ ଆତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଆତିଶୀଙ୍କ ଅଭିଯୋଗକୁ କେବଳ ମିଥ୍ୟା ଓ ବିଭ୍ରାନ୍ତିକରି ବୋଲି କହିଛନ୍ତି। ବାସ ଭବନ ଛାଡ଼ିବା ପାଇଁ ତାଙ୍କୁ ନୋଟିସ୍ ଯାଇନି ବରଂ ୨୦୨୪ ଅକ୍ଟୋବର ୧୧ରେ ତାଙ୍କୁ ଘର ଦିଆଯାଇଥିଲେ ମଧ୍ୟ ସେ କେବେ ବି ‘ଶୀଶ୍ ମହଲ’ ଯାଇନାହାନ୍ତି ବୋଲି ଅମିତ କହିଛନ୍ତି। ଶୀଶ୍ ମହଲ ଏବେ ସିବିଆଇ ଏବଂ ଇଡି ତଦନ୍ତ ପରିସରରେ ରହିଛି । ଘର ଦିଆଯିବା ବେଳେ ଆତିଶୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ସର୍ତ୍ତ ରଖାଯାଇଥିଲା । କିନ୍ତୁ ସେ ଘରେ ନରହି ତାଲା ପକାଇ ଅସହଯୋଗ କରୁଛନ୍ତି ବୋଲି କହିଛନ୍ତି ଅମିତ ।

ସେପଟେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦଳୀୟ କର୍ମୀଙ୍କ ସହ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୋଲିସ୍ ସହ ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ସଂଜୟ ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗଣମାଧ୍ୟମକୁ ନେଇ ଯିବା କଥା କହିଥିଲେ । ବିଜେପି ଯାହା ଅଭିଯୋଗ କରିଛି, ତାହା ଅଛି କି ନାହିଁ ନିଜ ଆଖିରେ ଗଣମାଧ୍ୟମ ଦେଖିବେ । ଏଥିସହିତ ପ୍ରଧାନମନ୍ତ୍ରୀ ବାସଭବନ ବି ଗଣମାଧ୍ୟମକୁ ଦେଖାଯାଉ ବୋଲି ପ୍ରଥମେ ଦାବି କରିଥିଲା ଆପ୍ । ହେଲେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆପ୍ ନେତା ପ୍ରବେଶ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com