Featuredଓଡ଼ିଶା

ଘନ କୁହୁଡିର ବଳୟ ଓଡ଼ିଶା

ଭୁବନେଶ୍ୱର: ଘନ କୁହୁଡିର ବଳୟ ଭିତରେ ଓଡ଼ିଶା । ଟ୍ୱିନସିଟିରେ ମଧ୍ୟ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଶୀତ ଲହରୀ ଭିତରେ ଥର ଥର ହେଉଛି ଓଡ଼ିଶା । ଧୁଆଁ ଧୁଆଁ ଚାଦର ଭିତରେ ଦେଖାଯାଉନି ରାସ୍ତା । ସକାଳେ ଯାତାୟତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ି ଚଳାଚଳରେ ବ୍ୟାହତ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ରାଜ୍ୟରେ ଘନକୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠୁ କମିବ ଶୀତ । ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବ ରାତି ତାପମାତ୍ରା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡି ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com