ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ । ଦେଖାଯାଉଥିଲା ବିସ୍କୁଟ ଭଳି । ହେଲେ ଭିତରେ ଥିଲା ଗଂଜେଇ । ଯାହାର ମୂଲ୍ୟ ପାଖାପାଖି ୪ କୋଟି ହେବ ବୋଲି କରାଯାଉଛି ଅନୁମାନ । ବ୍ୟାଙ୍କକରୁ ଭୁବନେଶ୍ବର, ବିସ୍କୁଟ ପ୍ୟାକେଟରେ ଚାଲାଣ ହେଉଥିଲା ୪ କୋଟିର ନିଶାଦ୍ରବ୍ୟ । କିନ୍ତୁ ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଏହାକୁ ଭୁବନେଶ୍ବର ବିମାନବନ୍ଦରରୁ ଜବତ କରଛି ଡିଆରଆଇ ସ୍କ୍ବାର୍ଡ । ବିସ୍କୁଟ ପ୍ୟାକେଟରେ ଜର୍ମାନୀ ପ୍ରସ୍ତୁତ ନିଶାଦ୍ରବ୍ୟ ମାରିଜୁଆନା ଆଣିଥିଲେ କେରଳ ଯୁବକ । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଡିଆରଆଇ ଟିମ ଓ କଷ୍ଟମ ବିଭାଗ ଚଢାଉ କରି ବିମାନବନ୍ଦରରୁ ଯୁବକଙ୍କ ଠାରୁ ମାରିଜୁଆନା ଜବତ କରିଥିଲେ । ଜବତ ନିଶା ଦ୍ରବ୍ୟର ଓଜନ ପାଖାପାଖି ୪ କିଲୋ ରହିଥିବା ବେଳେ ଏହାର ଦାମ ୪ କୋଟି ଟଙ୍କା ଆକଳନ କରାଯାଇଛି। ଚାଲାଣକାରୀକୁ ଅଟକ ରଖି ପଚରାଉଚରା କରାଯାଉଛି।
Related Articles
Check Also
Close
-
ଯୋଗ ସଚେତନତାର ବାର୍ତ୍ତା ଦେଲା ବାଲୁକା କଳାJune 21, 2022