ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଉପାସ ଘଟଣାକୁ ନେଇ ବୟାନ ଦେଲେ ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସେବାୟତମାନଙ୍କ କଳି ଝଗଡାରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଦେଖାଯାଉଛି ବ୍ୟାଘାତ । ଯାହାକୁ ଅଣଦେଖା କରାଯିବ ନାହିଁ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମନ୍ତ୍ରୀଙ୍କ ବାସଭବନରେ ଏନେଇ ବସିଥିଲା ବୈଠକ । ଏହା ସହ ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ଆଇନ ଆସିବ ବୋଲି ମଧ୍ୟ କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଗତକାଲି ମକର ସଂକ୍ରାନ୍ତି ଥିବା ବେଳେ ସେବାୟତଙ୍କ ଝଗଡ଼ା ପାଇଁ ଉପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ ।
Related Articles
Check Also
Close