ଫେବୃଆରୀ ୨୨ ରୁ ମାଟ୍ରିକ ପରୀକ୍ଷା
![](https://i0.wp.com/odia.mobilenews24x7.com/wp-content/uploads/2025/02/BSE-Odisha-Class-10th-board-exam.jpg?resize=600%2C400&ssl=1)
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ନେଇ ଆସିଲା ବୋର୍ଡ଼ର ପ୍ରେସମିଟ । ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ମିଳିବ ଆଡମିଟ କାର୍ଡ । WWW .bseodisha .ac in ରେ ମିଳିବ ଆଡମିଟ କାର୍ଡ । ମୋଟ ୩୧୩୩ଟି ସେଣ୍ଟରରେ ଏଥର ହେବ ମାଟ୍ରିକ ପରୀକ୍ଷା । ପ୍ରତି ଜିଲ୍ଲାରେ ରହିବ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର । ୧୨ ତାରିଖରୁ ସମସ୍ତ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବ ଏବଂ ୧୯ ତାରିଖ ସୁଦ୍ଧା ପ୍ରତି କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ପ୍ରଥମ ସିଟିଙ୍ଗରେ ସକାଳ ୯ ଟାରୁ ଆରମ୍ଭ ହେବ ସମସ୍ତ ପରୀକ୍ଷା । ଘରଟାରୁ ପ୍ରାୟ ୫-୧୦ କିଲୋମିଟର ଭିତରେ ହେବ ପରୀକ୍ଷା ସେଣ୍ଟର। ଚଳିତ ବର୍ଷ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ଭାଇରାଲ ନ ହେଵା ପାଇଁ ବୋର୍ଡ଼ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ ଏବଂ କ୍ୟୁଆର କୋର୍ଡ ଯାହାଫଳରେ କେଉଁ ସେଣ୍ଟରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ଜଣାପଡିବ । ଏହାଛଡା ପରୀକ୍ଷା ହେବାର ମାସେ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ।