Breaking Newsଓଡ଼ିଶାକ୍ରୀଡ଼ା

ଖେଳ ମଝିରେ ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍

କଟକ : ଗତକାଲି ବାରବାଟୀ ଷ୍ଟାଡିଅମରେ ଚାଲିଥିଲା ଭାରତ – ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ । ଆଉ ପଡିଆରେ ଖେଳ ଚାଲିଥିବା ବେଳେ ବାଧା ସାଜିଥିଲା ଫ୍ଲଡ୍ ଲାଇଟ୍ । ଫ୍ଲଡ୍ ଲାଇଟ୍ ସମସ୍ୟା ଯୋଗୁଁ କିଛି ସମୟ ପାଇଁ ଅନ୍ଧାର ହୋଇ ଯାଇଥିଲା ଷ୍ଟାଡିୟମ । ଲାଇଟ ବନ୍ଦ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଏହାକୁ ନେଇ ପଡିଆରେ କ୍ୟାପଟେନ ରୋହିତ ଶର୍ମା ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ୩୦୪ ରନ କରି ଭାରତକୁ ୩୦୫ ରନ ବିଜୟ ଲକ୍ଷ୍ୟ ଦେଇଥିଲେ । ଦ୍ୱିତୀୟ ଇନିଂସରେ ଭାରତର ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ଖେଳ ଆରମ୍ଭ କରିଥିଲେ । ତେବେ ୬ ଓଭର ଆରମ୍ଭ ହେଉଥିବା ବେଳେ ହଠାତ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଖେଳକୁ ସ୍ଥଗିତ ରଖିବାକୁ ପଡିଥିଲା ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com