ରାଜନୀତି

କ୍ରୀଡ଼ାମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ବିଜେଡି

କଟକ : ଗତକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ହଠାତ୍‌ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌ ପ୍ରାୟ ୨୦ରୁ ୨୫ ମିନିଟ୍ ମ୍ୟାଚ୍ ବନ୍ଦ ରହିଥିଲା । ଏହାକୁ ନେଇ ଆଜି ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି ବିଜେଡି । ମ୍ୟାଚ୍‌ ପୂର୍ବରୁ ମନ୍ତ୍ରୀ ଚାରି ଚାରି ଥର ବାରବାଟୀ ଯାଇ ସମୀକ୍ଷା କରିବା ସତ୍ତ୍ୱେ ବି କେଉଁ ପରିସ୍ଥିତିରେ ଫ୍ଲଡ ଲାଇଟ୍‌ ହଠାତ୍‌ ବନ୍ଦ ହୋଇଗଲା ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ମ୍ୟାଚ୍‌ ଅଧାରେ ଫ୍ଲଡ ଲାଇଟ୍‌ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଓଡ଼ିଶା ବିଶ୍ବରେ ନିନ୍ଦିତ ହୋଇଛି ବୋଲି ଲେନିନ କହିଛନ୍ତି।

ଅନ୍ୟପଟେ ଗତକାଲିର ଘଟଣା ପରେ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାହିଁକି ମ୍ୟାଚ୍‌ ବେଳେ ଲାଇଟ୍‌ ବନ୍ଦ ହେଲା ତାହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ପାଇଁ କିଏ ଦାୟୀ ତାକୁ ନେଇ ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com