![](https://i0.wp.com/odia.mobilenews24x7.com/wp-content/uploads/2025/02/lkgstu.jpg?resize=381%2C214&ssl=1)
ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍ର ପରାଜୟ କିମ୍ବା କେଜ୍ରିଓ୍ବାଲଙ୍କ ହାରିବାରେ ଦୁଃଖୀ ନାହାନ୍ତି ଆତିଶୀ ମାର୍ଲେନା। ଗୋଟେ ପଟେ ଦଳ ହାରି ଯାଇଥିବା ବେଳେ ସେପଟେ ପାର୍ଟି କରି ଖୁସି ମନାଉଛନ୍ତି ଆତିଶୀ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ବିଜୟ ଉତ୍ସବ ପାଳନର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଏମିତି ଲାଗୁଛି ଆପ୍ର ପରାଜୟ କିମ୍ବା କେଜ୍ରିଓ୍ବାଲଙ୍କ ହାରିବା ଆତିଶୀଙ୍କ ଉପରେ କିଛି ଫରକ ପକାଉନି। ବିଜୟ ପରେ ଆତିଶୀ ଯେଉଁଭଳି ନୃତ୍ୟ କରୁଥିଲେ ତାହା ଦର୍ଶାଉଛି ଯେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ପରାଜୟରେ ତାଙ୍କର କିଛି କ୍ଷତି ହୋଇନି।
ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଥିଲା । ଏଥିରେ ବାଜିମାତ କରିଛି ବିଜେପି। ଆପ୍ ୨୨ ସିଟ୍ ପାଇଥିବା ବେଳେ ବିଜେପି ୪୮ ସିଟ୍ରେ ବିଜୟ ହାସଲ କରିଛି । ଦଳର ଆବାହକ କେଜ୍ରିଓ୍ୱାଲ ନିଜେ ପରାଜୟର ସ୍ୱାଦ ଚାଖିଛନ୍ତି । ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ଆପ୍ର ବଡ ଚେହେରା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ମଧ୍ୟ ଏଥର ପରାସ୍ତ ହୋଇଛନ୍ତି ।