ଓଡ଼ିଶା

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର; ଖୁବଶୀଘ୍ର ଲକ୍ଷେ ଟପିବ

ଭୁବନେଶ୍ୱର : ବଜାରରେ ଆକାଶଛୁଆଁ ହେଲା ସୁନା ଦର । ସାରା ବିଶ୍ବରେ ଦିନକୁ ଦିନ ସୁନା ଦର ବଢିବାରେ ଲାଗିଛି। ଯାହା ବର୍ତ୍ତମାନ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୮ ହଜାର ପାର କରିଛି । ଆଗକୁ ଏହା ଲକ୍ଷେ ଅତିକ୍ରମ କରିବା ଆଶଙ୍କା କରାଯାଉଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ଟପିଛି। ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ବିଶ୍ୱ ସ୍ତରରେ ମଜବୁତ ଧାରା ଏବଂ ଦୁର୍ବଳ ଟଙ୍କାର ମୂଲ୍ୟ ଯୋଗୁଁ ସୋମବାର ଜାତୀୟ ରାଜଧାନୀରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିବା ପରେ ଏହି ଦର ଏବେ ବଢିଛି।

Related Articles

Back to top button
WP Twitter Auto Publish Powered By : XYZScripts.com