ପରୀକ୍ଷାର୍ଥୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ ଦୀପିକା

ନୂଆଦିଲ୍ଲୀ : ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ । ପରୀକ୍ଷାରେ କେମିତି ହେବେ ସଫଳ, ପରୀକ୍ଷା ସମୟରେ ନିଜକୁ କେମିତି ଚାପମୁକ୍ତ ରଖିବେ ସେନେଇ ଟିପ୍ସ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏଥିସହ ଦୀପିକା କହିଛନ୍ତି ଯେ ପରୀକ୍ଷା ସମୟରେ ସୁସ୍ଥ ମେଣ୍ଟାଲ ହେଲଥ ରଖିବା ବେଶ ଜରୁରୀ ଏବଂ ଏହାକୁ ବଜାୟ ରଖିବା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କ ଦାୟିତ୍ବ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣର ନିଦ୍ରା, ପ୍ରତିଦିନ ବ୍ୟାୟମ,ଧ୍ୟାନକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଭିନେତ୍ରୀ ଅଭିଭାବକ ମାନଙ୍କୁ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ ଏବଂ ତାଙ୍କ ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି । ପୂର୍ବରୁ ଫେବ୍ରୁଆରୀ ୧୦ରେ ପରିକ୍ଷା ପେ ଚର୍ଚ୍ଚାର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ପ୍ରଗତି ମୈଦାନରେ ପରୀକ୍ଷାର୍ଥୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଥିଲେ।