Featuredକ୍ରୀଡ଼ା

ଆଜିଠାରୁ ଆରମ୍ଭ ଡବ୍‌ଲ୍ୟୁପିଏଲ୍‌-୨୦୨୫

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା କ୍ରିକେଟ୍‌ର ଆଇପିଏଲ୍ ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍‌ରେ ପ୍ରଥମ ମୁକାବିଲାରେ ଗତଥରର ବିଜେତା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟ୍‌ସ ମୁହାଁମୁହିଁ ହେବେ। ବଡ଼ୋଦରାରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ତଥା ଗାୟକ ଅଂଶଗ୍ରହଣ କରିବେ। ୫ ଟା ଦଳକୁ ନେଇ ମୋଟ ୨୨ ମ୍ୟାଚ୍ ଖେଳାଯିବ। ଚଳିତ ଫେବୃଆରୀ ମାସ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍‌ଲ୍ୟୁପିଏଲ୍‌-୨୦୨୫ର ଟ୍ରଫି ଲାଗି ଲଢ଼େଇ କରିବେ।

ସାରା ବିଶ୍ବର ବଛାବଛା‌ ମୋଟ ୯୦ଜଣ ମହିଳା ‌ଖେଳାଳି ଏହି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳିବେ । ମେଗ୍ ଲାନିଂ, ଆସ୍‌ଲି ଗାର୍ଡନର, ହର୍ମନପ୍ରୀତ୍ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ଏହି ପାଞ୍ଚଟି ଦଳର ନେତୃତ୍ବ ‌ନେବେ। ଡବ୍‌ଲ୍ୟୁପିଏଲ୍‌-୨୦୨୫ର ସମସ୍ତ ମ୍ୟାଚ ଭାରତର ଚାରିଟି ସହର ବେଙ୍ଗାଲୁରୁ, ଲକ୍ଷ୍ନୌ, ମୁମ୍ବାଇ ଓ ବଡ଼ୋଦରାରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ (୨୦୨୩) ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (୨୦୨୪) ଗତ ଦୁଇ ସଂସ୍କରଣର ବିଜେତା ହୋଇଥିଲା ବେଳେ ଏଥର ଉଭୟ ଦ୍ବିତୀୟ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିବେ। ଅନ୍ୟ ତିନିଟି ଦଳ ପ୍ରଥମ ଥର ପାଇଁ ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com