କ୍ରୀଡ଼ା

ଏହି ଯୁବତୀଙ୍କୁ ଡେଟ୍ କରୁଛନ୍ତି ଶିଖର ଧାୱନ ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଚର୍ଚ୍ଚାରେ ଏବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧାୱନ । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ପୁଣି ଲାଇମଲାଇଟ କୁ ଆସିଛନ୍ତି ଶିଖର ଧାୱନ । ଏଥର କିନ୍ତୁ କୌଣସି ମ୍ୟାଚକୁ ନେଇ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଶିଖର ଧାୱନ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବକ୍ସର ତଥା ମଡେଲ ଆୟେଶା ମୂଖାର୍ଜୀଙ୍କୁ ୨୦୧୨ରେ ପ୍ରେମ ବିବାହ କରିଥିଲେ । କିନ୍ତୁ ଦୀର୍ଘ ୯ ବର୍ଷ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି ।

ଆୟେଶାଙ୍କ ଠାରୁ ଅଲଗା ହେବା ପରେ ଧାୱନ ନିଜ ବ୍ୟକ୍ତିଗତ ଜୀବନକୁ କ୍ୟାମେରା ଠାରୁ ଦୂରେଇ ରଖୁଛନ୍ତି । କିନ୍ତୁ ଏବେ ସାମ୍ନାକୁ ଆସିଥିବା ଭିଡିଓ ପୁଣି ଧାୱନଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାକୁ ଆଣିଛିି । ଦୁବାଇରେ ଗୁରୁବାର ଠାରୁ ଭାରତ ତାର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ରେ ଦଳ ବାଂଲାଦେଶକୁ ୬ ୱିକେଟରେ ହରାଇ ଦେଇଛି। ମ୍ୟାଚ୍ ଆରମ୍ଭରୁ ଆଇସିସିର ବ୍ରାଣ୍ଡଆମ୍ବାସାଡାର ଭାବେ ଧୱନ ଟ୍ରଫିକୁ ପଡ଼ିଆ ମଧ୍ୟକୁ ନେଇଥିଲେ। ଏହାପରେ ସେ ଭାରତୀୟ ଖେଳାଳିଙ୍କ ସହ କିଛି ସମୟ ବିତାଇଥିଲେ।

ଆଇସିସି ନିମନ୍ତ୍ରଣ କରିଥିବାରୁ ଧୱନ ସ୍ୱତନ୍ତ୍ର ଷ୍ଟାଣ୍ଡରେ ମ୍ୟାଚ୍କୁ ଉପଭୋଗ କରିଥିଲେ। ଏତିକି ବେଳେ ତାଙ୍କ ପାଖରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଧୱନ ଓ ସେ ଏକାଠି ବସିବା ସହ ପରସ୍ପର ସହ ସମୟ ଅତିବାହିତ କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ପରେ ରହସ୍ୟମୟ ଯୁବତୀଙ୍କ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ଦେଖାଇଛନ୍ତି। ସେହିପରି ଧୱନ ଉକ୍ତ ଯୁବତୀଙ୍କୁ ଡେଟିଂ କରୁଥିବା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଧୱନଙ୍କ ସହ ଭିଡିଓରେ ଥିବା ଯୁବତୀଙ୍କ ପ୍ରକୃତ ପରିଚୟ ଏଯାଏ ସ୍ପଷ୍ଟ ହୋଇନି। କିନ୍ତୁ ଧୱନ ଓ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଯୁବତୀ ଜଣଙ୍କ ହେଉଛନ୍ତି ଆୟର୍ଲ୍ୟାଣ୍ଡର ଓ ତାଙ୍କ ନାଁ ସୋଫି ଶିନେ। ସେ ପ୍ରଡକ୍ଟ କନସଲଟାଣ୍ଟ ଭାବେ କାର୍ୟ୍ୟ କରନ୍ତି। ଧୱନ ଓ ଶୋଫିଙ୍କ ପକ୍ଷରୁ ଭାଇରାଲ ଭିଡିଓ ଏବଂ ସୋସିଆଲ ମିଡିଆ ଚର୍ଚ୍ଚାକୁ ନେଇ କୌଣସି ପ୍ରକାରର ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନୁସରଣ କରୁଥିବାରୁ ଡେଟିଂ ଚର୍ଚ୍ଚା ଜୋରଦାର ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com