Breaking NewsFeaturedଜାତୀୟରାଜନୀତି
ବିରୋଧୀ ଦଳ ନେତା ଭାବେ ମନୋନୀତ ହେଲେ ଆତିଶୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ଆମ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦଳର ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି। ଏହି ବୈଠକରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଆତିଶୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ବିଧାୟକ ଦଳ ମୋତେ ବିରୋଧୀ ଦଳ ନେତା ବାଛିଥିବାରୁ ମୁଁ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଉଛି। ଦିଲ୍ଲୀବାସୀ ଆମକୁ ବିରୋଧୀ ଭୂମିକା ଦେଇଛନ୍ତି ଏବଂ ଆମେ ଏକ ଶକ୍ତିଶାଳୀ ବିରୋଧୀ ଭାବରେ କାର୍ଯ୍ୟ କରିବୁ। ଦଳ ଜନସାଧାରଣଙ୍କ ସମସ୍ୟାକୁ ଗୃହରେ ଉଠାଇବ। ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଆତିଶୀ ।