Breaking NewsFeaturedଜାତୀୟ

ଆଜି ହେଉଛି ମହାକୁମ୍ଭ ମେଳା ୨୦୨୫ର ଅନ୍ତିମ ଦିନ

ଉତ୍ତରପ୍ରଦେଶ : ଦୀର୍ଘ ୪୫ ଦିନ ଧରି ଚାଲିଥିବା ବିଶ୍ୱର ସବୁଠୁ ବଡ ସମାଗମ ମହାକୁମ୍ଭ ମେଳାର ଆଜି ହେଉଛି ଶେଷ ଦିନ । ପବିତ୍ର ମହାଶିବରାତ୍ରି ଓ ମେଳାର ଶେଷ ଦିନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଆଜି ଭୋର ୪ଟା ସୁଦ୍ଧା ପାଖାପାଖି ୨୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ତେବେ ଚଳିତ ବର୍ଷ କୁମ୍ଭମେଳାରେ ୬୭ରୁ ୬୮ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଶେଷ ଦିନରେ ଅର୍ଥାତ୍ ଆଜି ଆହୁରୀ ୨ରୁ ୩ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ମହାକୁମ୍ଭ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧୩ ତାରିଖ ଦିନ ପୌଷ ପୂର୍ଣ୍ଣିମା ସ୍ନାନ ଅବସରରେ ୧.୭୦ କୋଟି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ୧୪ ଜାନୁଆରୀ ଅର୍ଥାତ୍ ମକର ସଂକ୍ରାନ୍ତିରେ ୩.୫୦ କୋଟିରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ସେହିପରି ୨୯ ଜାନୁଆରୀ ମୌନୀ ଅମାବାସ୍ୟା ଅବସରରେ ୭.୬୪କୋଟି, ୩ ଫେବୃଆରୀ ଅର୍ଥାତ୍ ସରସ୍ୱତୀ ପୂଜା (ବସନ୍ତ ପଞ୍ଚମୀ) ଦିନ ୨.୫୭କୋଟି, ୧୨ ଫେବୃଆରୀ ମାଘ ପୂର୍ଣ୍ଣିମା ଦିନ ୨ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com