ରାଜନୀତି

ଓଡିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ଭୁବନେଶ୍ୱର : ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଆଜି ସନ୍ଧ୍ୟା ୭ଟା ୫୫ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନଡ୍ଡା । ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିବେ । ସେଠାରୁ ସିଧାସଳଖ ପୁରୀ ଯାଇ ରାତ୍ରି ଯାପନ କରିବେ । ରାତିରେ କୋଣାର୍କ ଇକୋ ଟୁରିଜିମ୍ ରିସର୍ଟରେ ରହିବେ ନଡ୍ଡା । ଆସନ୍ତାକାଲି ୧୦ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା ୭ଟାରେ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com