Breaking NewsFeaturedରାଜନୀତି

ରାସ୍ତା ମଝିରେ ଅଡି ବସିଲେ ରାଜ୍ୟପାଳ । କହିଲେ ମୋଦି-ଶାହଙ୍କୁ ଫୋନ କର । ଦେଖନ୍ତୁ ରହସ୍ୟ ।

ରାଗିଗଲେ ରାଜ୍ୟପାଳ । ରାସ୍ତା ମଝିରେ ବସିଲେ କେରଳ ଗଭର୍ଣ୍ଣର । କହିଲେ ମୋଦି-ଶାହଙ୍କୁ ଫୋନ ଲଗାଅ । ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାରୁ ରାଗିଯାଇ କୋଲାମର ମଝି ରାସ୍ତାରେ ଏକ ଚେୟାରରେ ସେ ବସି ପଡ଼ିଥିଲେ। ସେ ଏସଏଫଆଇକର୍ମୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ମୁଁ ଏଠାରୁ ଆଗକୁ ହଟିବି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକନ୍ତୁ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୁଅନ୍ତୁ। ସେମାନଙ୍କ ସହ କଥାବାର୍ତ୍ତା ପରେ ହିଁ ମୁଁ ଆଗକୁ ଯିବି। ପ୍ରଥମେ ଶୁଣନ୍ତୁ କଣ କହୁଛନ୍ତି ରାଜ୍ୟପାଳ ।

ଏଠାରେ କହିରଖୁଛୁ ଯେ, ବର୍ତମାନ କେରଳରେ ରାଜ୍ୟପାଳ ଆରିଫ ମହମ୍ମଦ ଓ ଶାସକ ସିପିଆଇ (ଏମ)ର ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ ବା ଏସଏଫଆଇ କର୍ମୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ସକାଳେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ ଏସଏଫଆଇକର୍ମୀମାନ । ଏନେଇ ରାଗି ଯାଇଥିଲେ ରାଜ୍ୟପାଳ । ପରେ ସେ ଏମସି ରୋଡରେ ତାଙ୍କ କନଭେନକୁ ଅଟକାଇଥିଲେ। ପ୍ରଥମେ ସେ ରାସ୍ତା ମଝିରେ ବସିଥିଲେ। ଯେତେବେଳେ ପୋଲିସ କର୍ମଚାରୀମାନେ ତାଙ୍କୁ ଏନେଇ ବୁଝାଇଥିଲେ, ସେ ରାସ୍ତାକଡ଼ ଚା ’ଦୋକାନ ବାହାରେ ଏକ ଚେୟାରରେ ବସି କହିଥିଲେ ମୁଁ ଏଠାରୁ ହଟିବି ନାହିଁ। ପୋଲିସ ଏସଏଫଆଇକୁ ସମର୍ଥନ କରୁଛି। ନିୟମ ଭାଙ୍ଗି ଏସଏଫଆଇ କର୍ମୀମାନେ ଅପରାଧ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଉ।ରାଜ୍ୟପାଳ ଖାନଙ୍କ ବିରୋଧକୁ ଦୃଷ୍ଟିରେ ରଖି ପୋଲିସ ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ୧୩ ଜଣ ଏସଏଫଆଇକର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com