ରାଜନୀତି

କ୍ରାଇମ୍‌ବ୍ରାଞ୍ଚରେ ହାଜର ପାଇଁ ଦୀପାଳି ଓ ବିଶାଳଙ୍କୁ ନୋଟିସ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍‌ ରେ କୁହାଯାଇଛି । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି ଉକ୍ତ ନୋଟିସରେ କୁହାଯାଇଛି । କିନ୍ତୁ ଏବେ ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। କ୍ରାଇମ୍‌ବ୍ରାଞ୍ଚର ଏହି ନୋଟିସ୍‌ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍‌ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ?

ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ତେବେ ଏହି ଘଟଣା ପରେ ବିଭିନ୍ନ ଆଡୁ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ତେବେ ଏହି ଘଟଣାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ସେ କହିଥିଲେ ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାର କୁ ନ୍ୟାୟ ମିଳୁ ଏଥିସହ ମୁଖ୍ୟମନ୍ତ୍ରୀ ମୋ ପରିବାର ସହ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି ଦାସ ।

Related Articles

Back to top button