କ୍ରୀଡ଼ା
ମାଇଲଷ୍ଟୋନ ମ୍ୟାଚରେ ଫେଲ ମାରିଲେ କୋହଲି

ଦୁବାଇ: ଆଜି ୩୦୦ ତମ ଦିନିକିଆ ମ୍ୟାଚ ଖେଳିଛନ୍ତି ବିରାଟ କୋହଲି । କିନ୍ତୁ ବିରାଟ କୋହଲି ନିଜର ୩୦୦ ତମ ମାଇଲଷ୍ଟୋନ୍ ମ୍ୟାଚରେ ବଡ ସ୍କୋର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି କୋହଲି । ବିରାଟ ମାତ୍ର ୧୧ ରନ ସ୍କୋର କରି ପାଭେଲିୟନ ଫେରିଛନ୍ତି । କୋହଲିଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର, ଏମଏସ ଧୋନି, ମହମ୍ମଦ ଆଝାରୁଦ୍ଦିନ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହ ଏହି ସଫଳତା ହାସଲ କରିପାରିଥିଲେ।