କେକେଆରର ଅଧିନାୟକ ହେଲେ ଆଜିଙ୍କ୍ୟ ରାହାଣେ , ଭେଙ୍କଟେଶ ଆୟର ଉପଅଧିନାୟକ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ ୨୦୨୫। ତେବେ ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଖେଳାଳିଙ୍କ ପାଇଁ ଆସିଛି ବଡ ଖବର । କେକେଆର ନିଜ ଅଧିନାୟକଙ୍କ ନାଁ ଘୋଷଣା କରିଛି । ଦଳ ଏଥର ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେଇଥିବା ବେଳେ, ଭେଙ୍କଟେଶ ଆୟରଙ୍କୁ ଉପ ଅଧିନାୟକ କରିଛି। ଆଇପିଏଲରେ ଆଜିଙ୍କ୍ୟ ରାହାଣେ ହେଉଛନ୍ତି କେକେଆର ନବମ ଅଧିନାୟକ । ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି, ବ୍ରେଣ୍ଡନ ମ୍ୟାକକୁଲମ, ଗୌତମ ଗମ୍ଭୀର, ଜ୍ୟାକ୍ସ କାଲିସ, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ଶ୍ରେୟାସ ଆୟର ଓ ନୀତିଶ ରାଣା ଅଧିନାୟକ ରହି ସାରିଛନ୍ତି । ଦଳ ଗତ ବର୍ଷର ଅଧିନାୟକ ଶ୍ରେୟାସ ଆୟରଙ୍କୁ ମେଗା ଅକ୍ସନରେ ରିଲିଜ କରିବା ପରେ ଏବେ ନୂଆ ଅଧିନାୟକ ଭାବେ ରାହାଣେଙ୍କୁ ଦାୟିତ୍ୱ ଦେଇଛି ।
ଆଜିଙ୍କ୍ୟ ରାହାଣେ ଗତ ସିଜିନରେ ଚେନ୍ନାଇ ପାଇଁ ଖେଳୁଥିଲେ । ମେଗା ଅକ୍ସନରେ ସିଏସକେ ତାଙ୍କୁ ରିଲିଜ କରିଦେଇଥିଲା । ଆଉ ତାଙ୍କ ବେସ ପ୍ରାଇସ ରହିଥିଲା ୧ କୋଟି ୫୦ ଲକ୍ଷ । ଆଉ କେକେଆର ତାଙ୍କୁ ସେହି ବେସ ପ୍ରାଇସରେ ହିଁ କିଣିଥିଲା । ରାହାଣେ ଚେନ୍ନାଇ ପାଇଁ ଦୁଇଟି ସିଜିନରେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ନଜର ଆସିଥିଲେ। ଆଉ ଅଧିନାୟକ ଭାବେ ତାଙ୍କର ଅନେକ ଅଭିଜ୍ଞତା ବି ରହିଛି । ତେଣୁ ଦଳ ତାଙ୍କୁ ବଡ ଦାୟିତ୍ୱ ଦେଇ ଆଉ ଥରେ ଚାମ୍ପିୟନ୍ସ ହେବା ଲକ୍ଷ୍ୟରେ ରହିଛି ।