Breaking NewsFeaturedଜାତୀୟମନୋରଞ୍ଜନ

ରଣବୀର ଆହ୍ଲାବାଦିଆଙ୍କୁ ପୁଣିଥରେ ‘ଶୋ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିୟାଲିଟି ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରଣବୀରଙ୍କୁ ଗୁଆହାଟୀ ପୋଲିସ ସାମ୍ନାରେ ଯାଞ୍ଚ ପାଇଁ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି । ତେବେ ରଣବୀରଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କର କୌଣସି ଶୋ’କୁ ପ୍ରସାରିତ କରିବା ଉପରେ ଲାଗିଥିବା ରୋକ୍ କୁ ହଟାଇଛନ୍ତି ସୁପ୍ରିମକୋର୍ଟ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୁତାବକ ସମସ୍ତ ବୟସ ବର୍ଗର ଦେଖିବା ଯୋଗ୍ୟ କଣ୍ଟେଣ୍ଟ ହିଁ ପ୍ରସ୍ତୁତ କରାଯବା। ଏହାଛଡା କେନ୍ଦ୍ର ସରକାରଙ୍କୁ ଅଶ୍ଲୀଳ ସାମଗ୍ରୀ ଉପରେ ନିୟନ୍ତ୍ରଣ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ରଣବୀରଙ୍କୁ ପ୍ରଥମେ ଯାଞ୍ଚରେ ସାମିଲ କରନ୍ତୁ, ପରେ ବିଦେଶ ଯିବାର ଅନୁରୋଧ ଉପରେ ପୁନର୍ବାର ବିଚାର କରାଯିବ। ସୂଚନା ଅନୁସାରେ ଗତ କିଛିଦିନ ତଳେ ସମୟ ରାଇନାଙ୍କ ରିୟାଲିଟି ସୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ରେ ପିତା ମାତାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିଲେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ରଣବୀର ଆହ୍ଲାବାଦିଆ । ତାଙ୍କୁ ବିରୋଧ କରିବା ସହିତ ତାଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଜାଗାରେ ମାମଲା ରୁଜୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com