ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା, ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧନାୟକ ଷ୍ଟିଭ୍ ସ୍ମିଥ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମେ ବୋଲିଂ କରିବ ଭାରତ । ପୁଣି ଟସ୍ ହାରିଲେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା ଲଗାତର ଭାବେ 11ଟି ଟସ୍ ହାରିଛନ୍ତି । ଆଜିର ମ୍ୟାଚ୍ ଜିତି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ହ୍ୟାଟ୍ରିକ ମାରିବା (ଲଗାତାର ତୃତୀୟ ଥର ପ୍ରବେଶ) ଲକ୍ଷ୍ୟରେ ଭାରତୀୟ କ୍ରିକେଟ ଦଳ । ୨୦୧୩ ରେ ଏହି ଟୁର୍ନାମେଣ୍ଟରେ ଭାରତ ବିଜେତା ହୋଇଥିଲା । ଏଥି ସହିତ, ୨୦୧୭ ରେ ରନର୍ ଅପ୍ ହୋଇଥିଲେ । ଉଭୟ ଅଷ୍ଟ୍ରେଲିଆ ଏବଂ ଭାରତ ୨ ଥର ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛନ୍ତି ।
ଭାରତୀୟ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ଓ୍ବିକେଟ କିପର ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ