Breaking NewsFeaturedଓଡ଼ିଶା
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ମାରିଦେଲେ

ଭୁବନେଶ୍ୱର: ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଉତ୍ତରା ନିକଟରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆ ଯାଇଥିବା ଅଭିଯୋଗ ଆସିଛି । ତେବେ ମୃତ ଯୁବକ ଜଣକ ହେଲେ ୨୫ ବର୍ଷୀୟ ଶୁଭାଶିଷ ନାୟକ। ତାଙ୍କ ଘର ଭୁବନେଶ୍ୱରରେ । ଶୁଭାଶିଷଙ୍କ ବାପା ନବକୃଷ୍ଣ ନାୟକ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ପିପିଲି ପୋଲିସ ତଦନ୍ତ ଆରମ୍ଭ କରିଛି ।