Featuredଜାତୀୟରାଜନୀତି

ଗୁଜୁରାଟ ପଲିଟିକ୍ସରେ ରାହୁଲ ଛୁଙ୍କ

ଅହମ୍ମଦାବାଦ: ଗୁଜୁରାଟ ପଲିଟିକ୍ସରେ ଛୁଙ୍କ ମାରିଲେ ରାହୁଲ ଗାନ୍ଧୀ । ଅହମ୍ମଦାବାଦ ଗସ୍ତ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀଙ୍କ ସହ ଭେଟିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ଉଦବୋଧନ ଦେଇଛନ୍ତି । କହିଛନ୍ତି ସେ ଖାଲି କଂଗ୍ରେସ ପାଇଁ ଗୁଜୁରାଟ ଆସିନାହାନ୍ତି, ବରଂ ଚାଷୀ, ଯୁବକ, ମହିଳା ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆସିଛନ୍ତି ।
ଦଳକୁ ସଙ୍ଗଠନ କରିବା ଦିଗରେ ମଧ୍ୟ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଗୁଜରାଟ କଂଗ୍ରେସରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଜଣେ ଯେଉଁମାନେ ଦଳର ବିଚାରଧାରା ପ୍ରତି ପ୍ରତିବଦ୍ଧ ଏବଂ ଲୋକଙ୍କ ପାଇଁ କାମ କରୁଛନ୍ତି ଏବଂ ଦ୍ୱିତୀୟ ଯେଉଁମାନେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ସମ୍ପର୍କ ରଖିଛନ୍ତି।କଂଗ୍ରେସ ନାମରେ କାମ କରୁଥିବା କିନ୍ତୁ ଜନସାଧାରଣଙ୍କୁ ସମ୍ମାନ ଏବଂ କାମ କରୁ ନ ଥିବା ଲୋକଙ୍କୁ ଅଲଗା କରିବା ଗୁରୁତ୍ୱପୂର୍ଣ୍ଣ।

ରାହୁଲ ତାଙ୍କ ଭାଷଣରେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସରେ ନେତାଙ୍କ ଅଭାବ ନାହିଁ, କିନ୍ତୁ ସଂଗଠନକୁ ମଜଭୁତ କରିବାର ଆବଶ୍ୟକତା ଅଛି। ଯେପର୍ୟ୍ୟନ୍ତ କଂଗ୍ରେସ ତାର ଦାୟିତ୍ୱ ନିର୍ବାହ ନ କରେ, ସେପର୍ୟ୍ୟନ୍ତ ଗୁଜରାଟର ଲୋକମାନେ ନିର୍ବାଚନରେ ଦଳକୁ ସମର୍ଥନ କରିବେ ନାହିଁ। ସେ କାର୍ୟ୍ୟକର୍ତ୍ତାମାନଙ୍କୁ ଏକତ୍ରିତ ହୋଇ ଲୋକଙ୍କ ସେବା କରିବାକୁ ଆହ୍ବାନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com