Breaking NewsFeaturedଜାତୀୟରାଜନୀତି

ସମ୍ପ୍ରସାରିତ ହେଲା ଶିନ୍ଦେ ସରକାର, NCPକୁ ମିଳିଲା ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ

ଅଜିତଙ୍କୁ ମିଳିଲା ପାୱାର-ଫୁଲ୍‌ ବିଭାଗ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମହାରାଷ୍ଟ୍ର ମହାନାଟକରେ ଶିଥିଳ ପଡ଼ିଥିବା ଅନୁମାନ କରାଯାଉଛି। କାରଣ ଅଟକି ରହିଥିବା ମହାରାଷ୍ଟ୍ରର ସମ୍ପ୍ରସାରିତ କ୍ୟାବିନେଟରେ ବାଜିଛି ମୋହର ।  ମହାରାଷ୍ଟ୍ର କ୍ୟାବିନେଟ ତଥା ଏକନାଥ ଶିନ୍ଦେଙ୍କ ସରକାର ସମ୍ପ୍ରସାରିତ ହୋଇଛି। ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତ୍ରଣାଳୟ  ସହ ଯୋଜନା ବିଭାଗ। ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ ଦିଆଯାଇଛି ଦୁଇଟି ବିଭାଗ। ଖାଲି ସେତିକି ନୁହେଁ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଛାଡ଼ି ଆସିଥିବା ଅନ୍ୟ ଏନସିପି ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ହସନ ମୁଶାରିଫଙ୍କୁ ମିଳିଛି ମନ୍ତ୍ରୀପଦ।

ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ମିଳିଥିବା ବେଳେ ହସନ ମୁଶାରିଫଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ମିଳିଛି । ସେହିଭଳି ଧର୍ମରାଓ ଅତ୍ରାମଙ୍କୁ ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳଥିବାବେଳେ ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମଳିଛି । ଅନ୍ୟପଟେ ଦିଲ୍ଲୀପ ବଲସେ ପାଟିଲଙ୍କୁ ସମବାୟ ଓ ଅନୀଲ ଭାଇଦାସ ପାଟିଲଙ୍କୁ କ୍ରୀଡ଼ା ବିଭାଗ ମିଳିଛି । ଅଦିତ ନଟକରେଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିଛି । ଅଜିତ ପାୱାରଙ୍କ ନେତୃ୍ତ୍ୱରେ ଏକନାଥ ଶିନ୍ଦେ ଏବେ ସେମାନଙ୍କ ବିଭାଗ ଉପରେ ମୋହର ମାରିଛନ୍ତି । ଏହି କ୍ରମରେ ଏନସପିକୁ ଏବେ ୭ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଏନସିପିରୁ କିଛି ବିଧାୟକ କିଛିଦିନ ତଳେ ଦଳ ଛାଡି ବିଜେପି ଓ ଏକନାଥ ଶିନ୍ଦେଙ୍କ ଦଳରେ ସାମିଲ ହୋଇଥିଲେ।  ସେମାନଙ୍କୁ  ମନ୍ତ୍ରୀ ଭାବେ ଶପଥ ପାଠ କରାଯାଇଥିଲା କିନ୍ତୁ କୌଣସି ବିଭାଗ ବଣ୍ଟନ କରାଯାଇନଥିଲା। ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com