
ମହାରାଷ୍ଟ୍ର: ଅଡ଼ୁଆରେ ବଲିଉଡ ବାଦଶାହ । ତାଙ୍କ ବାସଭବନ ମନ୍ନତକୁ ନେଇ ଘନେଇଛି ବିବାଦ । ଆଇନଗତ ସମସ୍ୟାରେ ଫସିଯାଇଛି ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ମନ୍ନତ । ପୂରା କଥା ହେଉଛି ଯେ, ଶାହରୁଖଙ୍କ ପ୍ରାସାଦପୂର୍ଣ୍ଣ ଘର ମନ୍ନତ ତୃତୀୟ ଶ୍ରେଣୀର ଐତିହ୍ୟ ସ୍ଥାପତ୍ୟ ତାଲିକାରେ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ, ଏହି ବଙ୍ଗଳାରେ କୌଣସି ସାଂରଚନିକ ପରିବର୍ତ୍ତନ କରିବାକୁ ହେଲେ, ସୁପରଷ୍ଟାରଙ୍କୁ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ବାର ଏବଂ ବେଞ୍ଚ ଅନୁଯାୟୀ, ସାମାଜିକ କର୍ମୀ ସନ୍ତୋଷ ଦୌଣ୍ଡକର ଏନଜିଟିକୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଶାହରୁଖ ଖାନ ଏବଂ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟି ମନ୍ନତର ନବୀକରଣ ପାଇଁ ଅନୁମତି ନ ନେଇ କୋଷ୍ଟାଲ ରେଗୁଲେଶନ ଜୋନ ନିୟମ ଉଲ୍ଲଂଘନ କରିଛନ୍ତି।