Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଆଜି ଦୋଳ ପୂର୍ଣ୍ଣିମା: ଭୋଗ ଖାଇ ଅବିରରେ ରଙ୍ଗେଇ ହେଉଛନ୍ତି ଦୋଳଗୋବିନ୍ଦ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ସବୁଠି ଦୋଳ ଗୋବିନ୍ଦଙ୍କ ବିମାନ ଯାତ୍ରାରେ ଝୁମୁଛି ଓଡ଼ିଶାର ପୁରପଲ୍ଲୀ । ଗାଁ ଠୁ ସହର ସବୁଠି ହୋଲିର ରଙ୍ଗରେ ଭୋଗ ଖାଇ ଅବିରର ରଙ୍ଗରେ ଭକ୍ତକୁ ଦର୍ଶନ ଦେଉଛନ୍ତି ଈଶ୍ୱରଙ୍କ ଚଳନ୍ତି ପ୍ରତିମା । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଲାଗି କରାଯାଉଛି । ଅନ୍ୟପକ୍ଷେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦିବ୍ୟ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।