
ଭୁବନେଶ୍ୱର: ବଢୁଛି ତାପମାତ୍ରା ସିଝୁଛି ରାଜ୍ୟ । ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରିବାକୁ ସତର୍କ କରାଇଛି ପାଣିପାଗ ବିଭାଗ । ବିଶେଷ କରି ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ବାହାରକୁ ବାହରିବା ପାଇଁ ବାରଣ କରାଯାଇଛି । ମଦ, ଚା’ ଓ କଫି ଆଦି ପାନୀୟ ବଦଳରେ ପ୍ରଚୁର ପାଣି, ସରବତ ଏବଂ ଓଆର୍ଏସ୍ ପିଇବାକୁ ସଚେତନ କରାଯାଉଛି ।
ଖାଲି ସେତିକି ନୁହେଁ ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ମଧ୍ୟ ଚିଠି କରାଯାଇଛି ।