
ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ସାହିତି୍ୟକ ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସାହିତ୍ୟ ଜଗତରେ ସେ ଛାଡ଼ିଥିବା ଛାପ ସଦା ସ୍ମରଣୀୟ ହୋଇ ରହିବ । କେବଳ ସାହିତ୍ୟ ବୋଲି ନୁହେଁ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ସେ ତୁଲାଇଛନ୍ତି ଦାୟିତ୍ୱ । ଆସନ୍ତା କାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମନ୍ତ୍ରୀମାନେ ଶୋକ ବ୍ୟକ୍ତ କରିଛନ୍ତି ।