
ଭୁବନେଶ୍ୱର: ଏଣିକି ମେଟ୍ରୋରେ କଟକ ଯିବେ ଯାତ୍ରୀ । କଟକ ପର୍ଯ୍ୟନ୍ତ ଲମ୍ବିବ ମେଟ୍ରୋ ରେଳ ପ୍ରକଳ୍ପ । କେବଳ ଭୁବନେଶ୍ୱରରେ ସୀମିତ ନ ରହି ସମ୍ପ୍ରସାରିତ ହେଉଛି ପ୍ରକଳ୍ପର ପରିସୀମା ।
ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିଶୁଳିଆ ପର୍ୟ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ୟ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।
ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ବର୍ତ୍ତମାନ ପୂର୍ବ ଡିପିଆରର ସମ୍ଭାବ୍ୟତା ସମୀକ୍ଷା କରୁଛି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ଏକ ନୂତନ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।