ଓଡ଼ିଶା

୧୬୦ ବର୍ଷରେ ପାଦ ଥାପିଲା କଟକ କ୍ଳବ

କଟକ: ହଜାର ବର୍ଷର ଐତିହାସିକ କଟକ ନଗରରେ ଗଢି ଉଠିଥିବା କଟକ କ୍ଲବକୁ ନେଇ ସମଗ୍ର ଓଡିଶାରେ ଗର୍ବ ଅନୁବଭ କରିଥାଏା ଏହି କ୍ଲବ ୧୬୦ ବର୍ଷ ରେ ପଦାର୍ପଣ । ଚଳିତ ମାସ ୩୦ ତାରିଖ ଠାରୁ ଏହି କ୍ଲବ ବିଭିନ୍ନ କାର୍ୟକ୍ରମ ମାଧ୍ୟମରେ ୧୬୦ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏଥି ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଯାଇଛି । କଟକ କ୍ଲବ ଉତ୍କଳର କଳା, ସାହିତ୍ୟ, ସଂସ୍କୃତି ବିକାଶ ଏବଂ ନିରବଛିନ୍ନ ଭାବରେ କ୍ଲବ ନିଜକୁ ଉତ୍ସର୍ଗୀକୃତ ସେବା କରିଆସୁଛି । ସ୍ୱାସ୍ଥ୍ୟ ସେବା, ରକ୍ତଦାନ ଶିବିର ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଆସୁଛି । ସେହିଭଳି କ୍ଲବ ବିଭିନ୍ନ ସମୟରେ ଆଲୋଚନା ଆୟୋଜନ କରି ଆସୁଛି । କ୍ଲବର ୧୬୦ ତମ ପ୍ରତିଷ୍ଠା ଦିବସ ଅବସରରେ ମାର୍ଚ୍ଚ ୩୦ ତାରିଖ ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାର ବହୁ ବିଶିଷ୍ଟ ଶିଳ୍ପୀ ମାନେ ସାଂସ୍କୃତିକ କାର୍ୟକ୍ରମ ପରିବେଷଣ କରିବେ । ସଙ୍ଗୀତ ପ୍ରତିଯୋଗୀତାରେ ଏମଜୀଏମ୍, ଭଏସ ଅଫ୍ ବାରବାଟୀ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।
ଭଏସ ଅଫ୍ ବାରବାଟୀ ବିଜେତାରେ ପ୍ରଥମ ସ୍ଥାନର ଅଧିକାର ପ୍ରତିଯୋଗୀମାନଙ୍କୁ ୫୦ ହଜାରର ଟଙ୍କା, ଦ୍ଵିତୀୟ ସ୍ଥାନ ପାଇଁ ୨୫ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ସଭାପତି ଡକ୍ଟର ଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com