
ଭୁବନେଶ୍ୱର: ବିଧାନସଭାକୁ ଶୁଦ୍ଧ କଲା ବିଜେଡି । ବଜେଟ ଅଧିବେସନର ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଧାନସଭା ଚାରିପଟ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧି କଲେ ବିଜେଡି ସଦସ୍ୟ । ଗୃହରେ ପୁଲିସ ପଶିବାକୁ ବିରୋଧ କରି ଏପରି କରିଛି ବିଜେଡି ।
ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ପୋଲିସ୍ ପଶି ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ଛିଞ୍ଚି ଶୁଦ୍ଧି କରିଛନ୍ତି ବିଜେଡି ବିଧାୟକଗଣ ।