ଜାତୀୟମନୋରଞ୍ଜନ

ବଡ଼ ପରଦାରେ ଆସିବ ଯୋଗୀଙ୍କ ବାୟୋପିକ୍

ଉତ୍ତରପ୍ରଦେଶ: ଫିଲ୍ମରେ ଆସିବେ ଯୋଗୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ କାହାଣୀ ବଡ଼ ପରଦାରେ ଆସିବ ନଜର । ଫିଲ୍ମର ଟାଇଟେଲ ରହିଛି ‘ଅଜେୟ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍‌ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍‌ ରିଲିଜ୍‌ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍‌ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍‌ ହୁ ବିକେମ୍‌ ଚିଫ୍‌ ମିନିଷ୍ଟର୍‌’ ଦ୍ୱାରା ପ୍ରେରିତ । ନାଟକ, ଭାବପ୍ରବଣତା, ଆକ୍ସନ୍‌ ଓ ବଳିଦାନର ସୁନ୍ଦର ମିଶ୍ରଣ ଫିଲ୍ମରେ ଦେଖିବାକୁ ମିଳିବ । ଯୋଗୀଙ୍କ ପିଲାଦିନଠୁ ମୁଖ୍ୟମନ୍ତ୍ରୀ ହେବା ପର୍ୟ୍ୟନ୍ତର ସଂଘର୍ଷ ଏଥିରେ ରହିଛି । ଯୋଗୀଙ୍କ ଭୂମିକା ନିର୍ବାହ କରିଛନ୍ତି ଅନନ୍ତ ଯୋଶୀ । ପରେଶ ରାୱଲ ଗୁରୁ ମହନ୍ତ ଅବେଦ୍ୟନାଥ ଭୂମିକାରେ ନଜର ଆସିବେ । ଏହି ବର୍ଷ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲମ୍‌ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com