Featuredଓଡ଼ିଶାଜାତୀୟରାଜନୀତି

ବଦଳିଗଲେ ସସ୍ମିତ; ୱାକଫ୍ ବିଲକୁ କଥାରେ ନା, କାମରେ ହଁ

ନୂଆଦିଲ୍ଲୀ: କଥାରେ ନା, କାମରେ ହଁ । ପୂର୍ବରୁ ବିରୋଧୀର ଦାୟିତ୍ୱ ମନେ ପକାଇଲେ ହେଲେ ଏବେ କାମରେ କରୁଛନ୍ତି ଶାସକ ଦଳର ବାଃ ବାଃ । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି। ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ । ଦ୍ୱନ୍ଦ୍ୱ ଭିତରେ ସବୁ କନଫୁ୍ୟସନକୁ ଦୂର କରିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । କହିଥିଲେ ରାଜ୍ୟସଭାରେ ୱାକଫ ବିଲ ଆଲୋଚନା ହେଲେ ଏହାକୁ ବିରୋଧ କରିବ ବିଜେଡି ।

ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ, ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ। ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ। ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ। ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ତା ହେଲେ ବାକି ସାଂସଦମାନେ ସପକ୍ଷରେ, କି ବିପକ୍ଷରେ ଭୋଟ୍‌ ଦେଇଛନ୍ତି, ତାହା ଏବେ ବି ସସପେନ୍ସ। କିନ୍ତୁ ସସ୍ମିତଙ୍କ ଏମିତି ବଦଳା କଥାକୁ ନେଇ ଆଗକୁ ତାଙ୍କର ଆଭିମୁଖ୍ୟ କ’ଣ ରହିବ ରାଜନୈତିକ ବିଶେଷଜ୍ଞ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com