ଓଡ଼ିଶା

ନିଆରା ଢଙ୍ଗରେ ପ୍ରେମ ଦିବସ ପାଳନ, ୬ ବର୍ଷ ଧରି ଆୟୋଜନ ହେଉଛି ରକ୍ତଦାନ ଶିବିର, ରକ୍ତ ଦେଉଛନ୍ତି ପ୍ରେମୀଯୁଗଳ

କଣ୍ଟାବାଞ୍ଜି() ଫେବୃଆରି ୧୪କୁ ସାରା ବିଶ୍ୱ ପ୍ରେମ ଦିବସ ଭାବେ ପାଳନ କରୁଛି । ଚାରି ଆଡେ ଏହି ଦିବସକୁ ଧୁମ ଧାମରେ ପାଳନ କରାଯାଉଛି । ଆଜିର ଦିନକୁ ସ୍ମରଣୀୟ କରିବାକୁ କିଏ ତାରକା ହୋଟେଲରେ ନିଜ ବାନ୍ଧବୀ ସହ ସମୟ ବିତାଉଛି ତ ଆଉ କିଏ ପାର୍କ ଏବଂ ଆଉ କିଏ ସିନେମା ହଲରେ ସମୟ ବିତାଇ ଏହି ଦିନକୁ ପାଳନ କରୁଛି । ହେଲେ କଂଟାବାଞ୍ଜି ସହରେରେ ନିଆରା ଢଂଗରେ ପାଳନ କରାଯାଇଛି ପ୍ରେମ ଦିବସ । କଂଟାବାଞ୍ଜି ସହର ସ୍ଥିତ ରୋଡ ନମ୍ବର ୩ ଅପନା ପଡୋସି ପକ୍ଷରୁ ଆଜିର ଦିନକୁ ନିଆରା ଢଂଗରେ ପାଳନ କରୁଛନ୍ତି । ଏହି ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଶିବିରରେ ସ୍ୱାମୀ ସ୍ତ୍ରୀ ସହ ପ୍ରେମୀଯୁଗଳମାନେ ସ୍ୱଇଚ୍ଛାରେ ରକ୍ତଦାନ କରୁଛନ୍ତି । ଏହି ରକ୍ତଦାନ ଶବିର ଯୋଗୁ ରକ୍ତ ହୀନତା ପାଇଁ କାହାର ଜୀବନ ନ ଯାଏ ସେ ଉଦେଶ୍ୟ ନେଇ ଏହି ଆୟୋଜନ କରାଯାଇଥିବା ଜଣାଯାଇଛି ।

ଗତ ୬ ବର୍ଷ ଧରି ପ୍ରେମ ଦିବସ ଦିନ ଏଭଳି ଆୟୋଜନ ହୋଇଆସୁଛି । ତେବେ ପୁର୍ବରୁ ରକ୍ତଦାନ ଶିବିରରେ ଦମ୍ପତି କମ ସଂଖ୍ୟାରେ ଯୋଗ ଦେଉଥିଲେ । ବର୍ତ୍ତମାନ ଧିରେ ଧିରେ ଏହି ଶିବିର ଲୋକପ୍ରିୟ ହେବା ସହ କେବଳ ରୋଡ ନମ୍ବର ୩ର ଦମ୍ପତି ନୁହେଁ କଂଟାବାଞ୍ଜି ସହରର ଅନ୍ୟ ୱାର୍ଡର ଦମ୍ପତିମାନେ ଯୋଗ ଦେଇ ରକ୍ତଦାନ କରୁଛନ୍ତି । ରକ୍ତଦାତା ମାନଙ୍କ କହିବା କଥା ହେଲା ଯେ ରକ୍ତର କୌଣସି ବିକଳ୍ପ ନାହିଁ । ରକ୍ତଦାନ ମହତ ଦାନ । ତେବେ ଏହି ଶିବିରରେ ଯେ।ଗ ଦେଇ ନିଜକୁ ଗର୍ବ ଅନୁଭବ କରୁଥିବା ବେଳେ ଏଭଳି ପଦକ୍ଷେପକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ପାଲଟିଛି । ପ୍ରେମ ଦିବସକୁ ରକ୍ତଦାନ ଦିବସ ଭାବେ ପାଳନ କରି ଯୁବପୀଢିକୁ ଏକ ବାର୍ତ୍ତା ଦେଉଛନ୍ତି ଆୟୋଜକ ।

Related Articles

Back to top button
WP Twitter Auto Publish Powered By : XYZScripts.com